ସିଆଚେନରେ ବରଫ ଅତଡ଼ା ଖସି ୪ଯବାନ ଓ ୨ ପୋର୍ଟର ମୃତ

ଲଦାଖ,ଏଜେନ୍ସି : ସୋମବାର ଦିନ ପ୍ରାୟ ୩ଟାରେ ସିଆଚେନ୍ରେ ବିଶାଳ ବରଫ ପାହାଡ଼ ଧସିବା ଫଳରେ ପାଟ୍ରୋଲିଂରେ ଯାଇଥିବା ୮ ଭାରତୀୟ ଯବାନ ପୋତି ହୋଇଯାଇଛନ୍ତି। ଖବର ପାଇ ଭାରତୀୟ ସେନା ପକ୍ଷରୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୮ ହଜାର ଫୁଟ୍ ଉଚ୍ଚରେ ଏହି ଦୁର୍ଘଟଣା ଘଟିଛି।

ଲଦାଖସ୍ଥିତ ହିମାଳୟର ଉତ୍ତରପାଶ୍ୱର୍କୁ ଲାଗି ପ୍ରାୟ ୨୨ ହଜାର ଫୁଟ ଉଚ୍ଚର ବିଶାଳ ବରଫ ପାହାଡ଼ରୁ ବରଫ ଧସିବା ମାମୁଲି ଘଟଣା। ପୃଥିବୀର ଉଚ୍ଚତମ ଯୁଦ୍ଧକ୍ଷେତ୍ର ଭାବେ ଜଣାଶୁଣା ସିଆଚେନ୍ ବରଫାବୃତ୍ତ ଅଞ୍ଚଳରେ ପ୍ରତିକୂଳ ପରିବେଶ ସହ ସଂଗ୍ରାମ କରି ବହୁ ଭାରତ-ପାକ୍ ଯବାନ ଟଳି ଯାଇଛନ୍ତି।
୨୦୧୬ ଫେବୃଆରୀ ୩ରେ ସିଆଚେନ୍ ବରଫାବୃତ୍ତ ଅଞ୍ଚଳସ୍ଥିତ ସୋନମ ସେନା ଛାଉଣୀ ଉପରେ ବିରାଟ ବରଫ ପାହାଡ଼ ଧସିବା ଫଳରେ ୧୦ ଜଣ ଭାରତୀୟ ଯବାନ ପ୍ରାଣ ହରାଇଥିଲେ। ପ୍ରାୟ ୬ ଦିନ ପରେ ବରଫ ତଳୁ ଲାନ୍ସ ନାଏକ ହନୁମନ୍ତପ୍ପା କୋପ୍ପାଡ଼ଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ପରେ ଦିଲ୍ଲୀ ସେନା ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା।