ବିଜେପିରେ ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ୧୧ ଜଣ

ଦେବଗଡ,ଏନ୍ଏନ୍ଏସ୍: ତିଲେଇବଣି ବ୍ଲକ୍ ଅନ୍ତର୍ଗତ ବଣିଆଁକିଲିଣ୍ଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗେଶ ଉଦାବରଙ୍କ ସମେତ ତାଙ୍କର ବହୁ ସମର୍ଥକ ଆଜି ବିଜେପି ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିବା ଜଣାପଡିଛି।

ଆଜି ପୂର୍ବାହ୍ନରେ ବଣିଆଁକିଲିଣ୍ଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଯୋଗେଶ ଉଦାବର ତାଙ୍କର ସମର୍ଥକ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବାସଭବନକୁ ଆସି ବିଜେପି ଦଳରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏଥିସହିତ ତାଙ୍କ ସହ ୧୧ ଜଣ ସାମିଲ ଥିଲେ। ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ ସେମାନଙ୍କୁ ଫୁଲମାଳ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ।