ଛାତିରେ ଯନ୍ତ୍ରଣା ହୋବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ,ଏଜେନ୍ସି: ରବିବାର ରାତ୍ରି ୮ଟା ୩୦ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥିଲା। ପରେ ସେଠାରୁ ତାଙ୍କୁ ଦିଲ୍ଲୀ ଏମସ୍ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ କାର୍ଡିଓ-ଥୋରାସିକ୍ ୱାର୍ଡର ଅବଜରଭେସନ ସେଣ୍ଟରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଶ୍ରୀ ସିଂ ଜଣେ ବରିଷ୍ଠ କଂଗ୍ରେସ ନେତା ରହିଥିବା ବେଳେ ସେ ରାଜସ୍ଥାନର ରାଜ୍ୟସଭା ସଦସ୍ୟ ଅଛନ୍ତି। ସେହିପରି ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦରେ ଥିଲେ। ତେବେ ବର୍ତ୍ତମାନ ତାଙ୍କୁ ୮୭ ବର୍ଷ ହୋଇଛି।