ଘୁନସର ଟିଏମସି କେନ୍ଦ୍ରର ତଦାରଖ କଲେ ପୂର୍ବତନ ସଂସାଦ କଲିକେଶ

ସଇଁନ୍ତଳା,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଜିଲ୍ଲା ବିଜେଡି ଦଳର ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଘୁନସର ସଙ୍ଗରୋଧ କେନ୍ଦ୍ର ତଥା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି)ପରିଦର୍ଶନ କରିଛନ୍ତି। ଏହି ସମୟରେ ଅସ୍ଥାୟୀ ପ୍ରବାସୀ ଓଡ଼ିଆମାନେ କଲିକେଶଙ୍କ ନିକଟରେ ଆମେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଆଉ ଯିବାକୁ ଚାହୁଁନୁ, ତେଣୁ ଆମ ପାଇଁ ଆମ ଏହି ଅଞ୍ଚଳରେ ଛୋଟିଆ କାରଖାନା ସ୍ଥାପନ କଲେ ଉପକୃତ ହୋଇପାରରିବୁ ବୋଲି କହିଥିଲେ।

ଏ ନେଇ ପୂର୍ବତନ ସାଂସଦ କଲିକେଶ ଏମାନଙ୍କ ପାଇଁ ଜାଗା ଚିହ୍ନଟ କର, ମୁଁ ବ୍ୟବସ୍ଥା କରିବି ବୋଲି ସରପଞ୍ଚଙ୍କୁ କହିଥିଲେ। ତେବେ ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲାର ଅନେକ ଦାଦନ ଶ୍ରମିକମାନଙ୍କୁ ରୋଜଗାର କରିବା ବ୍ୟବସ୍ଥା ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସ୍ଥାନୀୟ ସରପଞ୍ଚ ଦ୍ରୋପଦି ବେହେରା, ସଇଁନ୍ତଳା ପୁଲିସ ଏଏସଆଇ ଏମଡି ସୁନାନୀ, ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ବେହେରା, ଯୋଗାଣ ସହାୟକ ଚନ୍ଦ୍ରଭାନୁ ନାୟକ, ଜିଆର ସନ୍ଦୀପ ସିଂ ବାବୁ, ବିପିନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।