ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍

କଟକ,ଏନ୍‌ଏନ୍‌ଏସ୍‌: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଇଡି ଆଟାଚ୍ କରିଥିବା ଜଣାପଡ଼ିଛି । ମନି ଲଣ୍ଡ୍ରିଂ ଆକ୍ଟ ଅନୁସାରେ ୩ କୋଟି ୯୨ଲକ୍ଷ ଟଙ୍କା ଆଟାଚ୍ କରାଯାଇଛି । ଏଥିରେ କଟକ ଏସବିଆଇରେ ଥିବା ପ୍ରଭାତଙ୍କ ୨୫ ଲକ୍ଷ ଟଙ୍କା ଓ ନୋଏଡାରେ ଥିବା ମିଡିଆ ଗ୍ରୁପର ସମ୍ପତ୍ତି ସାମିଲ ରହିଛି ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆରବିଆଇ ଏବଂ ଏନଏସଇଆଇ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ ସମ୍ପତ୍ତି ଆଟାଚ୍ କରାଯାଇଥିବା ଜଣାପଡ଼ିଛି ।