ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ସମ୍ପତ୍ତି ଜବତ କଲା ଇଡି

ଭୁୁବନେଶ୍ୱର,ଏନ୍ଏନ୍ଏସ୍: କୋଟି କୋଟି ସମ୍ପତ୍ତିର ମାଲିକ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ। ବର୍ତ୍ତମାନ ସୁଦ୍ଧା ୧୩୩ କୋଟି ସମ୍ପତ୍ତି ଜବତ କରିଛି ଇଡ଼ି। ଗତକାଲି ମନି ଲଣ୍ଡରିଂ ମାମଲାରେ ଜିତୁ ପଟ୍ଟନାୟକଙ୍କ ସମେତ ଏକକାଳୀନ ୩ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିଲା। ଭୁବନେଶ୍ୱର ସୂର୍ଯ୍ୟନଗର ସ୍ଥିତ ବାସଭବନ ସହିତ ଅନ୍ୟ ଏକ ସ୍ଥାନରେ ଚଢ଼ଉ କରିଥିଲା ଇଡି।

ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ାର ସାଇ ମନ୍ଦିର ପାଖରେ ଥିବା ତାଙ୍କ ବାସଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ମଧ୍ୟ ଇଡି ପକ୍ଷରୁ ଚଢ଼ଉ କରାଯାଇଥିଲା। ଭୁବନେଶ୍ବରର ୨ଟି ସ୍ଥାନରେ ମଧ୍ୟ ଇଡି ପକ୍ଷରୁ ରେଡ୍ କରାଯାଇଥିଲା।