ବନ୍ଧାହେଲେ ପୂର୍ବତନ ବିଧାୟକ ଅନାମ ନାଏକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି। ନିକଟରେ ଉକ୍ତ ଅଭିଯୋଗରେ ଅନାମଙ୍କ ଘର ଓ ହୋଟେଲ ଉପରେ ଭିଜିଲାନ୍ସ ରେଡ୍ କରିଥିଲା। ଚଢ଼ଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।

ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କଲା ଭିଜିଲାନ୍ସ ଟିମ । ଗତ ୧୭ ତାରିଖ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ରେ ଅନାମ ନାଏକ ଙ୍କ ଠାରୁ ମୋଟ ୩ କୋଟି ୪୨ ଲକ୍ଷ ୪୦୨ ଟଙ୍କା ର ଅସ୍ଥାବର ଓ ସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଅନାମ ନାଏକ ୨୦୧୪ ସାଧାରଣ ନିର୍ବାଚନ ରେ ଭବାନୀପାଟଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୬ ମସିହାରେ ବିଧାୟକ ଭାବେ ଖଣି ଲିଜ ପାଇଁ ଲାଚଂ ଦାବୀ କରୁଥିବା ଷ୍ଟିଗଂ ଆପରେସନ ରେ ଧରାପଡିଥିଲେ । ଫଳରେ ୨୦୧୯ ରେ ତାଙ୍କ ଟିକେଟ କଟିବାର ମୁଖ୍ୟ କାରଣ ସାଜିଥିଲା ।