ପାଟଣାଗଡ ପୌର ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ପୂର୍ବତନ ମନ୍ତ୍ରୀ

ପାଟଣାଗଡ,ଏନ୍ଏନ୍ଏସ୍: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପାଟଣାଗଡରେ ରାଜନୀତି ସରଗରମ ହେବାକୁ ଲାଗିଛି। ୧୫ଟି ୱାର୍ଡର ୧୬ ହଜାର ୭୨୩ ଜଣ ଭୋଟର ନିଜ ମତ ସାବ୍ୟସ୍ଥ କରିବେ। ଆଜି ବିଜେପି ତରଫରୁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀଙ୍କ ସହ ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ବୁଡୁ ଶବର ଓ କାଉନସିଲ ପ୍ରାର୍ଥୀ ୨ନଂ ସନ୍ତୋଷିନୀ ମେହେର ଓ ୩ନଂ ୱାର୍ଡ ପ୍ରାର୍ଥୀ ମୋହନ ମେହେର ଘର ଘର ବୁଲି ଭୋଟ ମାଗିଥିଲେ।

ପ୍ରଚାର ସମୟରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖା ଦେଇଥିଲା। ପ୍ରଚାର ସମୟରେ ମହିଳାମାନେ ପାଟଣା ମହାରାଜଙ୍କ ସମ୍ମାନଥେ ଘର ସମ୍ମୁଖରେ କଳସ ରଖି ସ୍ୱାଗତ କରିଥିଲେ। ପ୍ରଚାର ସମୟରେ ତପି ମେହେର, ପୂର୍ବତନ କାଉନସିଲର ପ୍ରହଲ୍ଲାଦ ମେହେର, ନଗର ସଭାପତି ଶୁଶାନ୍ତ ମହାନ୍ତି, ପ୍ରଦୀପ ବଂଶଲ, ମୁନା ଦରୁଆନ, ନନ୍ଦନ ଠାକୁର, ମୀନ କେତନ ମେହେର, ହାଡୁ ମେହେର, ଆନନ୍ଦ ମେହେର, ଶୁଶାନ୍ତ କୁମାର ପାତ୍ର, ସଦାଶିବ ସରାଫ, ପୂର୍ବତନ ଉପନଗରପାଲ ରମାନାଥ ହୋତା, ସୁଭାସିନି ମେହେର, ଯଜ୍ଞାସିନୀ ମେହେର, ମନ୍ଦାକିନି ମେହେରଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ରହି ଘର ଘର ବୁଲି ପ୍ରଚାର କରିଥିଲେ।