ପରଗଟ ସିଂହଙ୍କ ସମେତ ୨୭ ଖେଳାଳୀ ଫେରାଇବେ ଆୱାର୍ଡ

ନୂଆଦିଲ୍ଲୀ: ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଦୀର୍ଘ ୫ ଘଣ୍ଟା ହେବ ଆଲୋଚନା ଜାରି ରହିଛି। ଦିଲ୍ଲୀର ବିଜ୍ଞାନ ଭବନରେ ଚାଲିଥିବା ବୈଠକରେ ୪୦ ସଂଗଠନର କୃଷକ ନେତା ସାମିଲ ହୋଇଛନ୍ତି। ଇତିମଧ୍ୟରେ ହକି ଟିମର ପୂର୍ବତନ ଅଧିନାୟକ ପରଗଟ ସିଂହଙ୍କ ସମେତ ୨୭ ଖେଳାଳୀ କୃଷକଙ୍କୁ ସମର୍ଥନ କରି ଆୱାର୍ଡ ଫେରାଇବେ। ପରଗଟଙ୍କ ସହ ସମସ୍ତ ଖେଳାଳୀ ଡିସେମ୍ବର ୫ ତାରିଖରେ ଆୱାର୍ଡ ଫେରାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଞ୍ଜାବର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ତାଙ୍କ ‘ପଦ୍ମ ବିଭୂଷଣ’ ଆୱାର୍ଡ ଫେରାଇ ଦେଇଛନ୍ତି। ଏହାପୂର୍ବରୁ କୃଷି ବିଲକୁ ବିରୋଧ କରି ହରସିମରତ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଥିସହିତ ଶିରୋମଣୀ ଅକାଳୀ ଦଳର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୁଖଦେବ ସିଂହ ଢିଣ୍ଡସା ମଧ୍ୟ ‘ପଦ୍ମ ଭୂଷଣ’ ସମ୍ମାନ ଫେରାଇ ଦେଇଛନ୍ତି।