କରୋନାରେ ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: କରୋନାରେ ଆଖି ବୁଜିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଚେତନ ଚୌହାନ। ଆଜି ଅପରାହ୍ଣରେ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା। ପ୍ରକାଶ ଯେ, ଗତମାସ ସେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ଉତ୍ତରପ୍ରଦେଶର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଗୁରୁଗ୍ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।  ଶ୍ରୀ ଚୌହାନ ଉତ୍ତରପ୍ରଦେଶର ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ସହିତ କ୍ରୀଡାମନ୍ତ୍ରୀ ଥିଲେ।