‘ପଦ୍ମ ବିଭୂଷଣ’ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଲଗାତାର ଭାବେ ୮ ଦିନ ହେବ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଆଉ ଏଭଳି ସ୍ଥିତିରେ କୃଷକଙ୍କୁ ସମର୍ଥନ କରିବାକୁ ଯାଇ ପଞ୍ଜାବର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ନିଜ ‘ପଦ୍ମ ବିଭୂଷଣ’ ପୁରସ୍କାର କେନ୍ଦ୍ର ସରକାରଙ୍କୁ ଫେରାଇ ଦେଇଛନ୍ତି।

ପ୍ରକାଶ ସିଂହ ବାଦଲ ପଦ୍ମ ବିଭୂଷଣ ଫେରାଇବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ୩ ଫର୍ଦ୍ଦର ଏହି ଚିଠିରେ ପ୍ରକାଶ ସିଂ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିଛନ୍ତି। ଏଥିସହିତ ସରକାରଙ୍କ ତରଫରୁ କୃଷକଙ୍କ ଉପରେ କରାଯାଇଥିବା କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, କୃଷି ଆଇନକୁ ଅକାଳୀ ଦଳ ଲଗାତାର ଭାବେ ବିରୋଧ କରିଆସୁଛି। ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହରସୀମରତ କୌର ବାଦଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ଅକାଳୀ ଦଳ କୃଷକଙ୍କୁ ସମର୍ଥନ କରିବାକୁ ଯାଇ ଏନଡିଏରୁ ଅଲଗା ହେବା ନେଇ ଘୋଷଣା କରିଥିଲା।