ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ୧୦୦ କୋଟି ଆଦାୟ ମାମଲାରେ ଇଡି ଦେଶମୁଖଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ପୂର୍ବତନ ପୁଲିସ କମିଶନର ଦେଶମୁଖଙ୍କ ଉପରେ ୧୦୦ କୋଟି ଟଙ୍କା ଆଦାୟର ଆରୋପ ଲଗାଇଥିଲେ। ପରେ ଉକ୍ତ ମାମଲାରେ ଇଡ଼ି ଯାଞ୍ଚ ଆରମ୍ଭ କରିଥିଲା। ଦେଶମୁଖଙ୍କୁ ପାଖାପାଖି ୧୩ ଘଣ୍ଟା ଜେରା କରିବା ପରେ ଇଡି ଗିରଫ କରିଛି।

ସୂଚନାଯୋଗ୍ୟ, ଟଙ୍କା ଆଦାୟ ଅଭିଯୋଗ ଯୋଗୁ ଅନୀଲ ଦେଶମୁଖ ଏପ୍ରିଲରେ ଇସ୍ତଫା ଦେଇଥିଲେ। ଏହାପୂର୍ବରୁ ୫ଥର ସମନ ଜାରି ହୋଇଥିଲେ ମଧ୍ୟ ଦେଶମୁଖ ଇଡି ଅଫିସରେ ହାଜର ହୋଇନଥିଲେ। କିନ୍ତୁ ଗତ ସପ୍ତାହରେ ବମ୍ବେ ହାଇକୋର୍ଟ ଏହି ସମନକୁ ରଦ୍ଦ କରିବାକୁ ଅଗ୍ରାହ୍ୟ ପ୍ରକାଶ କରିବା ପରେ ଦେଶମୁଖ ଇଡି ଅଫିସରେ ହାଜର ହୋଇଥିଲେ।