ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ। ଉପରାଷ୍ଟ୍ରପତି ଭେଙ୍କେିୟା ନାଇଡୁଙ୍କ ଉପସ୍ଥିତିରେ ଶ୍ରୀ ଗୋଗୋଇ ଆଜି ସକାଳ ୧୧ଟାରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ମନୋନିତ କରିଥିଲେ। ରଞ୍ଜନ ଗୋଗୋଇ ଦେଶର ୪୬ତମ ମୁଖ୍ୟ ବିଚାରପତି ରହି ୧୭ ନଭେମ୍ବର ୨୦୧୯ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା।

ଗୋଗୋଇ ନିଜ କାର୍ଯ୍ୟକାଳ ସମୟରେ ଅଯୋଧ୍ୟା ଭୂମି ବିବାଦ, ରାଫେଲ ଲଡାକୁ ବିମାନ ଓ ସାବରିମାଳାରେ ମହିଳାଙ୍କ ପ୍ରବେଶ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ନିଷ୍ପିତ୍ତି ଶୁଣାଣି କରିଥିଲେ। ତେବେ ଶ୍ରୀ ଗୋଗୋଇ ଶପଥ ନେବା ସମୟରେ ରାଜ୍ୟସଭାରେ ଉତ୍ତେଜନା ଦେଖାଦେଇଥିଲା। ଏଥିସହ ବିରୋଧୀଦଳ ଏହାକୁ ବିରୋଧ କରିବା ସହ ଗୃହ ତ୍ୟାଗ କରିଛନ୍ତି।