ପୂର୍ବତନ ପ୍ରଧାନ ବିଚାରପତି ଗୋଗୋଇ ଆର୍ବିଟ୍ରେଟର ନିଯୁକ୍ତ

ନୂଆଦିଲ୍ଲୀ,ଏଜେନ୍ସି: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ତଥା ରାଜ୍ୟସଭା ସାଂସଦ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଶନିବାର ସୁପ୍ରିମକୋର୍ଟ ତରଫରୁ ଏକ ମାମଲାରେ ଆର୍ବିଟ୍ରେଟର ନିଯୁକ୍ତ କରାଯାଇଛି। ଏମସିଏମ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ଇଥାଲିଆ ଥାଇ ଡେଭେଲପମେଣ୍ଟ ପବ୍ଲିକ କମ୍ପାନୀ ଲିମିଟେଡ୍ ମଧ୍ୟରେ ଚାଲିଥିବା ଏକ ମାମଲା ନିମନ୍ତେ ଜଷ୍ଟିସ ଗୋଗୋଇ ଆର୍ବିଟ୍ରେଟର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡିଛି।

ଉଭୟ ପକ୍ଷଙ୍କ ସହମତି ପରେ ଏଭଳି ନିଯୁକ୍ତି ଦିଆଯାଇଥିବା ପ୍ରକାଶ। ତେବେ ଆର୍ବିଟ୍ରେଟର ଭାବେ ଜଷ୍ଟିସ ଗୋଗୋଇଙ୍କ ପାରିଶ୍ରମିକକୁ ଉଭୟପକ୍ଷ ମିଳିତଭାବେ ବହନ କରିବାକୁ ରାଜି ହୋଇଛନ୍ତି। ସୂଚନାଯୋଗ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଭାବେ ୨୦୧୯ ସେପ୍ଟେମ୍ବର ୧୭ରେ ଅବସର ନେବାପରେ ଜଷ୍ଟିସ ଗୋଗୋଇ ୨୦୨୦ରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭା ସଦସ୍ୟଭାବେ ମନୋନୀତ ହୋଇଛନ୍ତି।