ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରଞ୍ଜିତ ସିହ୍ନା

ନୂଆଦିଲ୍ଲୀ,ଏଜେନ୍ସି: ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ଆଇପିଏସ ରଞ୍ଜିତ ସିହ୍ନା। ୧୯୭୪ ବ୍ୟାଚର ଆଇପିଏସ ଅଫିସର ରଞ୍ଜିତ ସିହ୍ନା କେନ୍ଦ୍ର ସରକାରଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ଏହା ସହ ତାଙ୍କ କାର୍ଯ୍ୟକାଳ ସମୟରେ ସେ କେତୋଟି କାର୍ଯ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିଥିଲେ।

ଆଇପିଏସ ରଞ୍ଜିତ ସିହ୍ନା ସିବିଆଇ ନିର୍ଦ୍ଦେଶକ ସମେତ ଆଇଟିବିପି ଡିଜି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ସିବିଆଇର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଗୁରୁବାର ଭୋରରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ୪.୩୦ ସମୟରେ ପରଲୋକ ଘଟିଛି।