ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ

ଗୌହାଟୀ,ଏଜେନ୍ସି: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ପୂର୍ବରୁ ତାଙ୍କ ଶରୀରର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିବା ବେଳ ଶ୍ୱାସକ୍ରିୟାରେ ମଧ୍ୟ ଅସୁବିଧା ଥିଲା। ଏନେଇ ନଭେମ୍ବର ୨ ତାରିଖ ସେ ଗୌହାଟୀ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ଥିଲେ। ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିବା ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ଏଥିସହିତ ଆଗାମୀ ୪୮-୭୨ ଘଣ୍ଟା ତାଙ୍କ ପାଇଁ ବହୁ ସଂକଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ଶ୍ରୀ ଗୋଗୋଇଙ୍କୁ ୮୬ ବର୍ଷ ହୋଇଥିବାବେଳେ ସେ କଂଗ୍ରେସର ପୁରୁଣା ଭେଟେରାନ୍‌ ନେତା।