ସାମାଜିକ ଦୂରତା ଭୁଲି ଜନଗହଳୀ ମଧ୍ୟରେ ହଂସପାଳ ଫ୍ଲାଏଓଭର ବ୍ରିଜର ଭୂମିପୂଜାରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ୭ ବର୍ଷ ଧରି ଦାବି ହୋଇ ଆସୁଥିବା ହଂସପାଳ ଫ୍ଲାଏଓଭର ବ୍ରିଜର ଆଜି ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତେବେ ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ସାମାଜିକ ଦୂରତା ନିୟମର ଉଲଂଘନ ହୋଇଥିବା ଦେଖାଯାଇଛି। ତେବେ କରୋନା ମହାମାରୀ ସମୟରେ ଏଭଳି ଜନଗହଳୀ କରିବା ସରକାରଙ୍କ ସାମାଜିକ ଦୂରତା ନିୟକୁ ଖୋଲାଖୋଲି ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭୂମିପୂଜା କରିଛନ୍ତି। ଏହା ପୂର୍ବରୁ ସେ ସଭାସ୍ଥଳରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିଛନ୍ତି।

ଏହି ଫ୍ଲାଏଓଭର ବ୍ରିଜ ପାଇଁ ସହାୟତା କରିଥିବାରୁ ଶ୍ରୀମତି ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଏହି ବ୍ରିଜ ନିର୍ମାଣରେ ଯଦି କିଛି ବି ବାଧାବିଘ୍ନ ଆସେ ସାଂସଦ ହିସାବରେ ସବୁ କିଛି ସମାଧାନ କରିବେ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି। ଏଥିସହ ଏହି ଓଭର ବ୍ରିଜ ନିର୍ମାଣରେ ୩୦ କୋଟି ଟଙ୍୍କା ମଞ୍ଜୁର ହୋଇଛି। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଏଭଳି ଜନଗହଳୀ ପରିସ୍ଥିତିରେ ଭୂମିପୂଜନ କରାଯିବାକୁ ନେଇ ସାଧାରଣରେ ସରକାରଙ୍କ କୋଭିଡ-୧୯ ନିୟମକୁ ନେଇ ପ୍ରଶ୍ନ ଉଠିଛି।