କର୍ତ୍ତବ୍ୟରେ ଅବହେଳା କରି ଫରେଷ୍ଟର ସସପେଣ୍ଡ୍

ଦେବଗଡ ,ଏନ୍ଏନ୍ଏସ୍: ଦେବଗଡ ଫରେଷ୍ଟ ଡିଭିଜନ ରିଆମାଳ ରେଞ୍ଜ ଅନ୍ତର୍ଗତ ପଲସମା ସେକ୍ସନ ରେ ଅବସ୍ଥାପିତ ଫରେଷ୍ଟର ଛବିଳ ବେହେରାଙ୍କୁ ସୋମାବର କର୍ତବ୍ୟର ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ପଲସମା ସେକ୍ସନରେ ବନବିଭାଗ ପକ୍ଷରୁ ନିଯୁକ୍ତ ଫରେଷ୍ଟର ଶ୍ରୀ ବେହେରା ବିଭାଗ ପକ୍ଷରୁ ଦିଆଯାଇଥିବା ଦାଇତ୍ୱ ତୁଲାଉ ନଥିବା ସହ ଅଧିକାରୀଙ୍କ ଆଦେଶ ଅବମାନନା କରୁଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଦେବଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।