ବନବିଭାଗର ଚଢ଼ଉ; ୨୦ ଖଣ୍ଡ ଶାଳ କାଠ ଜବତ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ସୁଣ୍ଡଢାମୁଣୀ ପଞ୍ଚାୟତର କଲାମଗୁଡା ଗ୍ରାମର ନିକଟ ଜଙ୍ଗଲରେ ବନବିଭାଗ କର୍ମଚାରୀ ଅତର୍କିତ ଚଢ଼ଉ କରି ୨୦ ଖଣ୍ଡ ଶାଳ କାଠ ଜବତ କରିଛନ୍ତି। କୌଣସି ସୂତ୍ରରୁ ଖବରପାଇ ମୁକୁନ୍ଦପୁରୁ ଓ ରାମନାଗୁଡା ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା।

ଜବତ କାଠର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ବନବିଭାଗ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଚଢ଼ଉ ସମୟରେ ମୁକୁନ୍ଦପୁରୁ ଫରେଷ୍ଟର ଭଗବାନ ସାରକା, ରାମନାଗୁଡା ଫରେଷ୍ଟର ନରେନ୍ଦ୍ର ଗମାଙ୍ଗ, ପରେଷ୍ଟଗାର୍ଡ଼ ପି ସମେଶ୍ୱର ରାଓ, ରମେଶ ପରିଜାଙ୍କ ସମେତ ପାରା ଷ୍ଟାପ୍ ସାମିଲ ଥିଲେ।