ମହିଳା ବନରକ୍ଷୀଙ୍କୁ ଅସଦାଚରଣ କରି ବନପାଳ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କେନ୍ଦୁପତ୍ର ବନପାଳ ଜଣେ ମହିଳା ବନରକ୍ଷୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଆଜି ପୋଲିସ ଗିରଫ କରିଛି। ମାଲକାନଗିରି ସଦର କେନ୍ଦୁପତ୍ର ରେଞ୍ଜ ଅଧୀନରେ କାର୍ଯ୍ୟ କରୁଥିବା ମହିଳା ବନରକ୍ଷୀଙ୍କୁ ଗତ ଶନିବାର ଦିନ କେନ୍ଦୁପତ୍ର ବନପାଳ ବିଜୟ କୁମାର ନାୟକ ଅସଦାଚରଣ କରିଥିବା ମାଲକାନଗିରି ଥାନାରେ ଏକ ଲିଖିତ ଅଭି ଯୋଗ କରିଥିଲେ। ତେବେ ବିଜୟ ନାୟକ ଜୟପୁର କେନ୍ଦୁପତ୍ର ରେଞ୍ଜ ଅସ୍ଥାୟୀ ରେଞ୍ଜର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ତାଙ୍କୁ କୋରାପୁଟରୁ ଗିରଫ କରା ଯାଇ ଆଜି ମାଲକାନଗିରି ଅଣାଯାଇଛି। ମାଲକାନଗିରି ଥାନା କେଶ୍ ନଂ ୧୩ ରେ ଧାରା ୩୫୪ ଏ, ୫୦୬ ଆଇ.ପି.ସି. ଅନୁ ଯାୟୀ ଆଜି ମାମଲା ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରା ଯାଇଥିବା ମାଲକାନଗିରି ଥାନା ଆଇ.ଆଇ.ସି. ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।