ବନ ବିଭାଗ ଦ୍ଵାରା ଚୋରା କାଠ ଜବତ, ୧ ଗିରଫ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ବନବିଭାଗ ଓ ପୁଲିସର ମିଳିତ ଚଢ଼ଉରେ ୫୦ହଜାର ଟଙ୍କାର ଶାଗୁଆନ ପଟ୍ଟା ଓ କାଠ ଜବତ ହୋଇଛି। ସେହିପରି ଚୋରା କାଠ କାରବାରରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । କେନ୍ଦୁଝର ପୁରୁଣାବଜାର ସ୍ୱର୍ଣ୍ଣ ପ୍ରଭା ଛକରେ ରହୁଥିବା ନିଆଜ ଅହମ୍ମଦଙ୍କ ଘରେ ଚୋରା କାଠ ଥିବା ପୁଲିସ ସୂଚନା ପାଇବା ପରେ ଟାଉନ ପୁଲିସ ଓ ସଦର ବନ ବିଭାଗ ପକ୍ଷରୁ ମିଳିଜ ଚଢ଼ଉ କରିଥିଲେ।

ଏହି ସମୟରେ ସେଠାରୁ ୧୭ ଖଣ୍ଡ ଶାଗୁଆନ ପଟ୍ଟା, ୨୪ ଖଣ୍ଡ ଶାଳ ଗଣ୍ଡି ଜବତ ହୋଇଛି। ତେବେ ଜବତ କାଠର ଆନୁମାନିକ ମୂଲ୍ୟ ୫୦ ହଜାର ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।