ବଜ୍ରକାପ୍ତା ଚୋରା ଚାଲଣ ପଛରେ ବିଦେଶୀ ହାତ ଥିବା ସନ୍ଦେହ

ଆଠଗଡ଼,ଏନ୍ଏନ୍ଏସ୍: ବଜ୍ରକାପ୍ତା ଚୋରା ଚାଲାଣ ପଛରେ ବିଦେଶୀଙ୍କ ହାତ ଥିବା ଓଡ଼ିଶା ବନବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି। ଏ ନେଇ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ଗୁରୁବାର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଦେଶୀ ରାକେଟ ଓଡ଼ିଶାରୁ ବଜ୍ରକାପ୍ତା ଚାଲାଣରେ ସମ୍ପୃକ୍ତ ଅଛନ୍ତି।

ନିକଟରେ ବଜ୍ରକାପ୍ତା ଚାଲାଣରେ ଗିରଫ କରାଯାଇଥିବା ୧୦ଜଣଙ୍କୁ ୭ଦିନ ରିମାଣ୍ଡରେ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଯାହାଦ୍ୱାରା ଏହା ପଛରେ କାହାର ହାତ ଅଛି ତାହା ଜଣାପଡ଼ିବ। ତେବେ ସେମାନଙ୍କ ଉପରେ ବନ୍ୟଜନ୍ତୁ ସଂରକ୍ଷଣ ନିୟମ ୧୯୭୨ ଅନୁସାରେ ୯, ୩୯, ୪୪, ୪୯ ଏବଂ ୫୧ ଧାରା ଲଗୁ କରାଯାଇଛି।
ସେହିପରି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟାନ ଅନୁସାରେ ଏଥିରେ ସାମିଲ ଥିବା କିଛି ଲୋକ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଆଠଗଡ଼ ବନ ବିଭାଗ ଅନ୍ତର୍ଗତ ଜଙ୍ଗଲରେ ବଜ୍ରକାପ୍ତା ଛଡ଼ାଯାଇ ତାଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଛି। ଏଥିସହ ତିଗିରିଆ ବନ ବିଭାଗ କର୍ମଚାରୀମାନେ ସେମାନଙ୍କ ଧରିବା ପାଇଁ ଗାଁ’ମାନଙ୍କରେ ଖୋଜାଖୋଜି ଜାରି ରଖିଛନ୍ତି।