ଭବାନୀପାଣ,ଏନ୍ଏନ୍ଏସ୍ : କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଦ୍ୱାରା ବିପୁଳ ପରିମାଣରେ ମଦ ଜବତ । ସାରା ଦେଶରେ ୨୧ ଦିନ ପାଇ ଲକ ଡାଉନ୍ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ସବୁ ଦୋକାନ ବନ୍ଦ ରହିଥିବା ବେଳେ ବିଦେଶୀ ଓ ଦେଶୀ ମଦ ଦୋକନ ଗୁଡିକ ମଧ୍ୟ ବନ୍ଦ ରହିଛି। ଏହାର ଫାଇଦା ନେଇ ମଦ ମାଫିଆ ମାନେ ଖୁଲମଖୁଲା ଚଢା ଦରରେ ମଦ ବିକି ମାଳେମାଲ ହେଉଛନ୍ତି। ଜୁନାଗଡ ପୋଲିସ କିଛିଦିନ ତଳେ ଚଢାଉ କରି ଅବାଧ ମଦ ଜବତ କରିଥିବା ଘଟଣାର କିଛିଦିନ ପରେ ଜୟପାଟଣା ପୋଲିସ ମଦ ଜବତ କରିବାରେ ସଫଳ ହୋଇଛି। ଥାନା ଅନ୍ତର୍ଗତ ଭଇଁରୀପାଲି, ବଡପୁଝାରୀଗୁଡା ଓ ପାବଳି ଗ୍ରାମରୁ ବିଦେଶୀ ମଦ ୮୬ ଲିଟର ଓ ଦେଶୀ ମଦ ୬୯ ଲିଟର ଜବତ କରିଥିବା ଜଣାଯାଏ।
ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମରେ ଜୟପାଟଣା ଭାରପ୍ରାପ୍ତ ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ସହ ସଦଳବଳ ବିଭିନ୍ନ ସ୍ଥାନରେ ଚଢାଉ କରି ବିଦେଶୀ ଓ ଦେଶୀ ମଦ ଜବତ କରିବା ସହ ମଦ କାରବାରରେ ସଂଶ୍ଲିଷ୍ଟ ଭଁଇରୀପାଲିର ବିଶ୍ୱନାଥ ମାଝୀ, ବଡ ପୁଝାରୀଗୁଡା ଶ୍ୟାମ ବିଶି, ପାବଳି ଗ୍ରାମର ଜଗନ୍ନାଥ ରଉତ, ଲକ୍ଷ୍ମଣ ଶିରା, ଜୟପାଟଣା ଗ୍ରାମର ଟୁଲୁ ଦଳପତି, ଜଗନ୍ନାଥ ସମେତ ବିଭୂତି ମାଝୀଙ୍କୁ ବେଆଇନ ମଦ ବିକ୍ରି ଅଭିଯୋଗରେ ଏହି ୮ଜଣଙ୍କୁ ଗିରଫ କରଛିି ଜୟପାଟଣା ପୋଲିସ। ଏନେଇ ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ପ•ରିବାରୁ ୫ ଟି ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ସୂଚନା ଦେଇଛନ୍ତି।