ଭୁବନେଶ୍ୱର,ଏନ୍ଏନ୍ଏସ୍ : କେନ୍ଦ୍ର ସରକାର ଲକ ଡାଉନ ଅବଧି ବୃଦ୍ଧି କରିବା ସମୟରେ ଜାରି କରିଥିବା ସର୍ତ୍ତାବଳୀକୁ ଭିତ୍ତି କରି ରାତିରେ ଯାତାୟାତ ଉପରେ ରୋକ୍ ଳଗାଯାଇଛି। କମିଶନରେଟ ପୋଲିସ ଅଂଚଳରେ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ଘରୁ ପଦାକୁ ବାହାରିବେ ନାହିଁ ବୋଲି ପୁଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେବଳ ଜରୁରୀ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ । ସେହିପରି ଜରୁରୀ କାଳୀନ କାର୍ଯ୍ୟ ଓ ମାଲ୍ ପରିବହନ କାର୍ଯ୍ୟକୁ ଏଥିରୁ ବାଦ ଦିଆଯାଇଛି । ଆଜିଠାରୁ ଏହି ନିୟମ ଲାଗୁ ହେବ । ସବୁ ଜୋନ ପାଇଁ ଏହି ନିୟମ ବଳବତ୍ତର ରହିବ । ରେଡ, ଅରେଂଜ ଓ ଗ୍ରୀନ, ଯେ କୌଣସି ଜୋନ ହୋଇଥିଲେ ବି କାହାରିକୁ ଘରୁ ଘରୁ ବାହାରିବାକୁ ଅନୁମତି ମିଳିବ ନାହିଁ । କେବଳ ଜରୁରୀ ପରିସ୍ଥିତିରେ ଘରୁ ବାହାରିବେ । ଏହି ସମୟ ଭିତରେ ସମସ୍ତେ ଘର ଭିତରେ ରହିବାକୁ ପୋଲିସ କମିଶନର ଶ୍ରୀ ଷଡଙ୍ଗୀ ଅନୁରୋଧ କରିଛନ୍ତି । ସମସ୍ତ ଜରୁରୀକାଳୀନ କର୍ମଚାରୀଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ଏହି ନିୟମ ମେ’ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସେ କହିଛନ୍ତି ।