କୋଭିଡ ନିୟମ ନମାନି କରୁଥିଲେ ବାହାଘର, ବର ବାପାଙ୍କୁ ୨୫ ହଜାର ଟଙ୍କା ଜରିମାନା

ଚାନ୍ଦବାଲି,ଏନ୍ଏନ୍ଏସ୍: ରାଜ୍ୟରେ ଦୈନନ୍ଦିନ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ସରକାରଙ୍କ ପ୍ରଦତ୍ତ ନିର୍ଦ୍ଦେଶନାମାକୁ କେତେକ ଅମାନିଆ ଉଲ୍ଲଂଘନ କରୁଛନ୍ତି। ବିବାହ କାର୍ଯ୍ୟ ଆୟୋଜନ କରିଥିବାରୁ ପୁଅ ତଥା ବର ବାପାଙ୍କ ଉପରେ ଚାନ୍ଦବାଲି ପୁଲିସ ୨୫,୦୦୦ ଟଙ୍କା ଜୋରିମାନା କରିଛି।

ସୂତ୍ରରୁ ପ୍ରକାଶ ଯେ ଦୁର୍ୟୋଧନ ପାଣିଗ୍ରାହୀ ତାଙ୍କ ଘରେ ପୁଅର ବିବାହ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଯେଉଁଥିରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ଯାହା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ଗାଇଡଲାଇନକୁ ଅବମାନନା କରିଥିଲା। ସୂଚନା ପାଇ ଚାନ୍ଦବାଲି ତହସିଲଦାର ଓ ଆଇଆଇସି ଉକ୍ତ ସ୍ଥାନରେ ଚଢଉ କରି ଖାଦ୍ୟ ସାମଗ୍ରୀକୁ ଫୋପାଡି ଦେବା ସହ କରୋନା ନିୟମ ଉଲ୍ଲଂଘନ ମାମଲାରେ ୨୫,୦୦୦ ଟଙ୍କା ଜରିମାନା କରିଛନ୍ତି।