ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶ୍ରୀନଗର ସେକ୍ଟରରେ ପ୍ରଥମଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସିଆରପିଏଫର ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ମହିଳା ଆଇପିଏସ୍ ଅଧିକାରୀ ଚାରୁ ସିହ୍ନାଙ୍କୁ ସିଆରପିଏଫର ଇନ୍ସପେକ୍ଟର ଜେନେରାଲ ପଦରେ ନିଯୁକ୍ତି ମିଳିଛି। ଆଇଜି ରୂପେ ଦାୟିତ୍ୱ ସମ୍ଭାଳିବା ସହ ଚାରୁ କଶ୍ମୀର ପୁଲିସକୁ ମଧ୍ୟ ସହଯୋଗ କରିବେ। ଶ୍ରୀନଗର ହେଉଛି ଜମ୍ମୁ-କଶ୍ମୀରର ସବୁଠୁ ଅଧିକ ଆତଙ୍କବାଦ ପ୍ରଭାବିତ ଅଞ୍ଚଳ।
ଚାରୁ ସିହ୍ନା ୧୯୯୬ ବ୍ୟାଚର ତେଲେଙ୍ଗୋନା କ୍ୟାଡରର ଆଇପିଏସ୍ ଅଫିସର। ଏହାପୂର୍ବରୁ ମଧ୍ୟ ସେ ବିହାର ସେକ୍ଟରର ସିଆରପିଏଫର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆଇଜି ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ବିହାରରେ ଅନେକ ନକ୍ସଲ ବିରୋଧୀ ଅପରେସନ ସଫଳ ସାବ୍ୟସ୍ତ ହୋଇଛି। ପରେ ସିଆରପିଏଫର ଆଇଜି ରୂପେ ତାଙ୍କୁ ଜମ୍ମୁ ଟ୍ରାନ୍ସଫର କରାଯାଇଥିଲା।