ଇତିହାସରେ ପ୍ରଥମଥର ପାଇଁ ସେନସେକ୍ସ ୪୬ ହଜାର ପାର

ନୂଆଦିଲ୍ଲୀ: ସେୟାର ବଜାର ଲଗାତାର ଭାବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଜି ସେନସେକ୍ସ ୨୫୦ରୁ ଅଧିକ ଅଙ୍କରେ ଖୋଲିବା ସହ ନିଫ୍ଟୀ ମଧ୍ୟ ୬୦ରୁ ଅଧିକ ଅଙ୍କ ସହିତ ଖୋଲିଥିଲା। ଏଥିସହିତ ଆଜି ସେୟାର ବଜାର ଐତିହାସିକ ସ୍ତରରେ ପହଞ୍ଚିଛି। ଆଜି ସେୟାର ବଜାର ସବୁ ରେକର୍ଡ ଭାଙ୍ଗିବା ସହ ସେନସେକ୍ସ ୪୬ ହଜାର ଟପିଯାଇଛି। ଅନ୍ୟପଟେ ନିଫ୍ଟୀ ମଧ୍ୟ ୧୩ ହଜାର ୫୦୦କୁ ବୃଦ୍ଧି ପାଇଛି।

ଅନ୍ୟପଟେ ଆଜି ସବୁ ସେକ୍ଟର ସବୁଜ ଚିହ୍ନ ସହ କାରବାର କରୁଛି। ଏଥିସହିତ ୟେସ ବ୍ୟାଙ୍କର ସେୟାର ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି କି, ୟେସ ବ୍ୟାଙ୍କର ସେୟାରକୁ ଲାର୍ଜ କ୍ୟାର କେଟେଗରୀରେ ସାମିଲ କରାଯାଇଛି। ସେଥିପାଇଁ ସେୟାର ବଜାରରେ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି।