ବରଗଡ଼ରୁ ପ୍ରଥମଥର ପାଇଁ ପ୍ଳାଜମା ଦାନ କଲେ ୨ ଯୁବକ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପ୍ରଥମଥର ପାଇଁ ୨ଜଣ ଯୁବକ ପ୍ଲାଜମା ଦାନ କରିଛନ୍ତି। କରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିବା ୨ଯୁବକ ହେଲେ ସଦର ବ୍ଲକ କଟାପାଲି ଗ୍ରାମର ରବିନ୍ଦ୍ର ସାହୁ ଏବଂ ଉମେଶ ଦାଶ। ସେମାନେ ବୁର୍ଲା ଭୀମସାରକୁ ପ୍ଲାଜମା ଦାନ ପାଇଁ ଯିବା ପୂର୍ବରୁ ବରଗଡ଼ ଜିଲ୍ଲାପାଳ ଅଫିସରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଏହି କାର୍ଯ୍ୟ ବରଗଡ଼ବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି କହିଥିଲେ। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ସିଡିଏମଓ ଅରୁଣ କୁମାର ପାତ୍ର, ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲ୍ଲାର ସୁସ୍ଥ ହୋଇଥିବା ଆଉ ୮ଜଣ କରୋନା ଆକ୍ରାନ୍ତ ମଧ୍ୟ ପ୍ଳାଜମା ଦାନ କରିବା ପାଇଁ ସ୍ୱେଚ୍ଛାକୃତ ଭାବେ ନାମ ପ୍ରଦାନ କରିଥିବା ଜଣାପଡ଼ିଛିି। ସେମାନଙ୍କୁ ଉପଯୁକ୍ତ ପରୀକ୍ଷଣ ପରେ ଆଗାମୀ ଦିନରେ ପ୍ଲାଜମା ଦାନ ପାଇଁ ପଠାଯିବ ବୋଲି ଡାକ୍ତର ଚୂଳବତୀ ସାହୁ ସୂଚନା ଦେଇଛନ୍ତି।