ବଲାଙ୍ଗିର,ଏନ୍ଏନ୍ଏସ୍: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ପବିତ୍ର ମାଟି ଓ ଜଳ ବିଭିନ୍ନ ସଙ୍ଗଠନ ତରଫରୁ ଅଯୋଧ୍ୟାକୁ ପଠାଯାଉଛି। ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଜରଙ୍ଗ ଦଳ ଶାଖା ତରଫରୁ ହରିଶଙ୍କରରେ ଥିବା ପ୍ରସିଦ୍ଧ ଶୈବପୀଠରୁ ଜଳ ଓ ପାଟଣାଗଡ଼ଠାରେ ଥିବା ପ୍ରସିଦ୍ଧ ପାଟଣେଶ୍ୱରୀ ପୀଠରୁ ମାଟି ସଂଗ୍ରହ କରାଯାଇ ଅଯୋଧ୍ୟା ପଠାଯାଇଛି।