କୋଭିଡ ଇସେନଟିଭ ନମିଳିବାରୁ ସିଡିଏମଓଙ୍କ ଦ୍ୱାରସ୍ଥ ହେଲେ ମେଡିକାଲ କର୍ମଚାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରତ ସିକ୍ୟୁରିଟି ସର୍ଭିସ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ କମ୍ପାନୀକୋଭିଡ ଇନସେନଟିଭ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି। କର୍ମଚାରୀମାନେ କହିଛନ୍ତି ଯେ, ଜୀବନକୁ ବାଜି ଲଗାଇ ସେମାନେ କୋଭିଡ ସମୟରେ ଲୋକଙ୍କ ସେବା କରିବା ସହ ମେଡିକାଲ ପରିସର ସଫା ସୁତୁରା ରଖିବାର ଦାୟିତ୍ୱ ତୁଲାଇଛନ୍ତି। କୋଭିଡ ସମୟରେ ତାଙ୍କର ଏପରି ନିସ୍ୱାର୍ଥପର ସେବା ପାଇଁ ସରକାରଙ୍କ ନିୟମ ଅନୁସାରେ ସେମାନେ କାମ କରୁଥିବା ଠିକା ସଂସ୍ଥା ସମସ୍ତ କର୍ମଚାରୀଙ୍କୁ କୋଭିଡ ଇନସେନଟିଭ ପ୍ରଦାନ କରିବାର ଥିଲା। ହେଲେ କୋଭିଡ ପରିସ୍ଥିତି ଆୟତ ହେବା ସହ ଅନ୍ୟ ଜିଲ୍ଲାର ମେଡିକାଲରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ କୋଭିଡ ଇନସେନଟିଭ ପ୍ରଦାନ କରାଯାଇଥିଲେ ହେଁ ଝାରସୁଗୁଡ଼ାରେ କାମ ନେଇଥିବା ଭାରତ ସିକ୍ୟୁରିଟି ସଂସ୍ଥା ଇନସେନସିଟିଭ ଟଙ୍କା ପ୍ରଦାନ କରୁନାହିଁ। ତେଣୁ କମ୍ପାନୀର ଏପରି ଶୋଷଣରୁ ଠିକା କର୍ମଚାରୀଙ୍କୁ ରକ୍ଷା କରି କୋଭିଡ ଇନଟେନସିଭ ପ୍ରଦାନର ବ୍ୟବସ୍ଥା କରାଯାଉ ବୋଲି ଭାରତ ସିକ୍ୟୁରିଟି ସର୍ଭିସ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀମାନେ କହିଛନ୍ତି।