ଆଜିଠୁ ଆରମ୍ଭ ହେଲା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ ବୁକିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ ବୁକିଂ। ଲାଇସେନ୍ସ ସମ୍ପର୍କିତ ଅନ୍ୟ କାମ ବି ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଆବେଦନକାରୀମାନେ ଅନଲାଇନରେ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ଦେଇପାରିବେ। ତେବେ ୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପରୀକ୍ଷା ହେବ। ଗତ ମାର୍ଚ୍ଚ ୧୮ ତାରିଖରେ ଥିବା ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାକୁ ୧୧ ତାରିଖ ଅର୍ଥାତ୍ ଗୁରୁବାର ୨ଟା ସୁଦ୍ଧା ସାରିବାକୁ ପରିିବହନ କମିଶନର ସ୍ପଷ୍ଟ କରିଛନ୍ତି।

ଆଜି ସକାଳୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ସାନି ସ୍ଲଟ୍ ବୁକିଂ କରିପାରିବେ କିନ୍ତୁ ବର୍ତ୍ତମାନ ସ୍ଥିତିରେ ନୂଆ ଲାଇସେନ୍ସ ଦିଆଯିବ ନାହିଁ। ଆବେଦନ ସମୟରେ କୋଭିଡ୍ ଗାଇଡଲାଇନକୁ ମାନି ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବେଦନକାରୀ ମାସ୍କ ପିନ୍ଧିବା ସହ ଡିଏଲ ପରୀକ୍ଷା ହେଉଥବା ସ୍ଥାନରେ ଅବେଦନକାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ।