୫ଜି ପାଇଁ ନୋକିଆ ସହ ହାତ ମିଳାଇଲା ଏୟାରଟେଲ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ କମ୍ପାନୀ ଏୟାରଟେଲ ନେଟୱର୍କ କ୍ଷମତା ଓ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ୫ଜି ନେଟୱର୍କ ପ୍ରସ୍ତୁତ କରିବା ପାଇଁ ନୋକିଆ ସହ ୭,୫୦୦ କୋଟି ଟଙ୍କାର ଚୁକ୍ତି କରିଛି। ଏହାଦ୍ୱାରା କମ୍ପାନୀ ଦେଶର ୯ଟି ଦୂରସଞ୍ଚାର ସର୍କଲରେ ନେଟୱର୍କ ପ୍ରସ୍ତୁତ କରିବ। ଏହି ୯ଟି ସର୍କଲରେ ରେଡିୟୋ ଉପକରଣ ଲଗାଯିବ। ଲକଡାଉନ ଯଗୁଁ ଦ୍ରୁତ ଡାଟାର ଆବଶ୍ୟକତା ୨୦ ପ୍ରତିଶତ ବଢ଼ିଯାଇଛି। ସେଥିପାଇଁ ଗ୍ରାହକଙ୍କୁ ଭଲ ନେଟୱର୍କ ଯୋଗାଇବା ପାଇଁ ଏୟାରଟେଲ ଏହି ନିଷ୍ପତ୍ତି ଗ୍ରହଣ କରିଛି।