ଫୁଟବଲ ତାରକା ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ, ଏଜେନ୍ସି: ଆର୍ଜେଣ୍ଟିନାର ବିଶିଷ୍ଟ ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ଆଜି ଦେହାନ୍ତ ହୋଇଛି। ହୃଦଘାତରେ ୬୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ମାରାଡୋନାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ଫୁଟବଲ ପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବ୍ରେନରେ କ୍ଲଟ ଯୋଗୁ ୨ ସପ୍ତାହ ପୂର୍ବେ ତାଙ୍କର ସର୍ଜରୀ ହୋଇଥିଲା।  ଆର୍ଜେଣ୍ଟିନା ୧୯୮୬ ଫୁଟବଲ ବିଶ୍ୱକପ ବିଜେତା ହେବା ପଛରେ ତାଙ୍କର ଭୂମିକାକୁ ଉଲ୍ଲେଖନୀୟ ରହିଛି। ମାରାଡୋନାଙ୍କ ଜନ୍ମ ୩୦ ଅକ୍ଟୋବର ୧୯୬୦ରେ ହୋଇଥିଲା।