୨ ଘଣ୍ଟାରୁ କମ୍ ଉଡ଼ାଣରେ ମିଳିବନି ଖାଦ୍ୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏଥିରେ ରୋକଥାମ ପାଇଁ ନଗର ବିମାନ ମନ୍ତ୍ରଣାଳୟ ଜରୁରୀ ପଦକ୍ଷେପ ଗ୍ରହଣ କରିଛି। ଫଳରେ ଯେଉଁ ଯାତ୍ରୀଙ୍କ ଉଡ଼ାଣ ୨ଘଣ୍ଟାରୁ କମ୍ ସେମାନଙ୍କୁ ବିମାନରେ ଖାଦ୍ୟ ଦିଆଯିବ ନାହିଁ। ଏହି ନିୟମ ଗୁରୁବାରଠାରୁ ଲାଗୁ ହେବ। କିନ୍ତୁ ଯେଉଁ ଘରୋଇ ବିମାନ ଉଡ଼ାଣ ୨ ଘଣ୍ଟାରୁ ଅଧିକ ହୋଇଥିବ ସେଠାରେ ଖାଦ୍ୟ ଉପଲବ୍ଧ କରାଯିବ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ ୧୯ ଓ ଏଥିôଯୋଗୁ ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଘରୋଇ ଉଡ଼ାଣରେ ଭୋଜନ ଉପଲବ୍ଧ କରାଇବାର ସୁବିଧାକୁ ସମୀକ୍ଷା କରିବା ପାଇଁ ପଦକ୍ଷେପ ନିଆଯାଇଛି।