କରୋନା ମୁକାବିଲା: ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଏହି ଖାଦ୍ୟ ଦ୍ରବ୍ୟ…

ଭୁବନେଶ୍ୱର: ଜଣେ ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତା ଯେତେ ଅଧିକ ସେ ସେତେ ସୁସ୍ଥ। ବର୍ତ୍ତମାନ ସମୟରେ କରୋନା ରୂପକ ମହାମାରୀ ଦୁନିଆକୁ ଗ୍ରାସ କରିଥିବା ବେଳେ ରୋଗ ପ୍ରତିରୋଧକ କ୍ଷମତା ବିଶେଷ ଭୂମିକା ଗ୍ରହଣ କରିଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଖାଦ୍ୟପେୟ ଉପଯୋଗ କରିବାକୁ କହିଛି। ତେବେ ଆସନ୍ତୁ ଜାଣିବା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ କେଉଁ ଖାଦ୍ୟପେୟର ଆବଶ୍ୟକତା ରହିଛି…
* ଜଡ଼ି-ବୁଟି: ଭାରତ ଜଡ଼ି-ବୁଟିର ଦେଶ ହୋଇଥିବାରୁ ଘରେ ଘରେ ଏହା ଉପଲବ୍ଧ ହୋଇଥାଏ। ଗୋଲମୋରିଚ, ମେଥି ଦାନା, ହଳଦୀ, ଅଦା, ଡାଲଚିନି, ଲବଙ୍ଗ ଓ ଗୁଜୁରାତିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ରୋଗ ସହ ଲଢ଼ିବାର କ୍ଷମତା ବଢ଼ାଇଥାଏ।
*ଅଦା-ରସୁଣ: ରସୁଣରେ ଅନେକ ଉପକାରୀ ଗୁଣ ରହିବା ସହ ରକ୍ତଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ବେଶ୍ ସହାୟୀ ହୋଇଥାଏ। ଏହାସହ ଖାଦ୍ୟରେ ଅଦାକୁ ବ୍ୟବହାର କଲେ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ।
* ଫଳ: ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାକୁ ଚାହୁଁଥିଲେ ପ୍ରତିଦିନ ନିଶ୍ଚିତରୂପେ କିଛି ଫଳ ଖାଆନ୍ତୁ। ଖଟା ଫଳରେ ଭିଟାମିନ୍ ସି ଅଧିକ ଥିବାରୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ବେଶ୍ ଉପଯୋଗୀ ହୋଇଥାଏ। ସେଥିପାଇଁ ପ୍ରତିଦିନ ଖାଦ୍ୟପେୟରେ କମଳା, ଲେମ୍ବୁ , କିୱି ସାମିଲ କରନ୍ତୁ।
*ଡ୍ରାଇଫ୍ରୁଟ୍: ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଡ୍ରାଇଫ୍ରୁଟ ମଧ୍ୟ ବେଶ୍ ଉପଯୋଗୀ। ଏଥିରେ କାଜୁ, କିସମିସ, ପିସ୍ତା ବାଦାମ, ଖଜୁରୀ ରହିଛି।