ରୋଗରୁ ରକ୍ଷା କରେ ଭୋଜନ

ଜର୍ମାନୀର ଲ୍ୟୁବେକ ୟୁନିଭର୍ସିଟିରେ ହୋଇଥିବା ଏକ ପରୀକ୍ଷାରୁ ଜଣାପଡ଼ିଛି ଯେ କେବଳ ଡ଼ିଏନ୍ଏର ଗଡ଼ବଡି଼ ଯୋଗୁ ଆନୁବଂଶିକ ବେମାରୀ ହୁଏ ନାହିଁ। ଖାଦ୍ୟର ଏଥିରେ ମୁଖ୍ୟ ଭୂମିକା ରହିଛି। ଯଦି ଖାଦ୍ୟ ଠିକ୍ ଭାବରେ ଖିଆଯାଉଥିବ ତେବେ ଅନେକ ରୋଗରୁ ରକ୍ଷା ମିଳି ପାରିବ। ତିନି ଜଣ ବୈଜ୍ଞାନିକଙ୍କ ଦ୍ୱାରା ଏହି ପରୀକ୍ଷା କରାଯାଇଛି। ଏହି ପରୀକ୍ଷାରେ ଭାରତୀୟ ଖାଦ୍ୟ ଆନୁବଂଶିକ ରୋଗକୁ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ପ୍ରମାଣିତ ହୋଇଛି। ରୁସ୍, ଇସ୍ରାଏଲ ଓ ଭାରତୀୟ ବୈଜ୍ଞାନିକମାନଙ୍କ ପରୀକ୍ଷା ଅନୁସାରେ ପଶ୍ଚିମୀ ଆହାର ଆନୁବଂଶିକ ରୋଗକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ଓ ଭାରତୀୟମାନଙ୍କ ଲୋ କ୍ୟାଲୋରୀ ଖାଦ୍ୟ ଏପରି ରୋଗରୁ ରକ୍ଷା କରେ। ମୂଷା ଉପରେ ଏହି ବୈଜ୍ଞାନିକମାନେ ପରୀକ୍ଷା କରିଥିଲେ। ଏହି ମୂଷାଟି ପ୍ରଥମରୁ ଲ୍ୟୁପସ ନାମକ ରୋଗରେ ଆକ୍ରାନ୍ତ ଥିଲା ଓ ଏହି ରୋଗର ସମ୍ବନ୍ଧ ଡ଼ିଏନ୍ଏ ସହିତ ଥାଏ। ଏଥିରେ ଶରୀରର ଅଙ୍ଗ ଯେପରି କିଡ଼ନୀ, ହାର୍ଟ, ଫୁସ୍ଫୁସ୍, ବ୍ଲଡ଼୍ ସେଲ୍ସ, ମସ୍ତିଷ୍କ ଓ ଅନ୍ୟ କେତେକ ଅଙ୍ଗ ମଧ୍ୟ ନଷ୍ଟ ହୋଇଯାଏ। ବୈଜ୍ଞାନିକମାନେ କେତେକ ମୂଷାକୁ ଫାଷ୍ଟଫୁଡ଼୍ ଖୁଆଇଲେ ଓ ଅନ୍ୟ କେତେକଙ୍କୁ ଭାରତର ଶାକାହାରୀ ଆହାର ଯଥା – ଷ୍ଟାର୍ଚ, ସୋୟାବିନ ତେଲ, ଭାତ, ଡ଼ାଲି, ତରକାରୀ ଓ ବିଶେଷ କରି ହଳଦୀ ବ୍ୟବହୃତ ଖାଦ୍ୟ ଖୁଆଇଥିଲେ। ପଶ୍ଚିମୀ ଖାଦ୍ୟ ଖାଇଥିବା ମୂଷାମାନେ ଲ୍ୟୁପସ୍ ଗ୍ରସ୍ତ ହୋଇଗଲେ ଓ ଭାରତୀୟ ଖାଦ୍ୟ ଖାଇଥିବା ମୂଷା ଏଥିରୁ ରକ୍ଷା ପାଇଥିବାର ଦେଖାଯାଇଥିଲା।