କରୋନା ସମୟରେ ଖାଦ୍ୟପେୟକୁ ନେଇ ରୁହନ୍ତୁ ସଚେତନ

କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ କରୋନାକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ଏହି ସମୟରେ ଖାଦ୍ୟପେୟ ସାମଗ୍ରୀକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କରୋନା ଭାଇରସ ଅସୁସ୍ଥ ଓ ବୃଦ୍ଧଙ୍କୁ ନିଜର ଶିକାର କରୁଥିବାବେଳେ ରୋଗ ପ୍ରତିରୋଧକ ଶକ୍ତି ଓ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ କହୁଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ, ରୋଷେଇ କରିବା ପାଇଁ ନଡ଼ିଆ ତେଲ ବ୍ୟବହାର କରିବା ଉଚିତ। କାରଣ ନଡ଼ିଆ ତେଲରେ ଏଡିସ ଓ କ୍ରେପିଲିକ୍ ଏସିଡ୍ ଅଧିକ ଥିବା ଯୋଗୁଁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ। ଏଥି ସହିତ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକରୁ ଅଧିକ ଖାଆନ୍ତୁ। ଅଁଳା, ସିମଲା ମିର୍ଚ୍ଚ, ପିଜୁଳି, ପାଚିଲା ଅମୃତଭଣ୍ଡା, ଅଙ୍ଗୁର ଓ ଡାର୍କ ଚକୋଲେଟ୍ ଖାଇବାକୁ ଭୁଲନ୍ତୁ ନାହିଁ।

ବିଶେଷଜ୍ଞଙ୍କ କହିବାନୁସାରେ କରୋନା ସମୟରେ ତୁଳସୀ ପତ୍ର ସେବନ ମଧ୍ୟ ଖୁବ୍ ଲାଭଦାୟୀ। ତୁଳସୀ ପତ୍ରରେ ଅନେକ ଉପକାରୀ ଗୁଣ ଥିବା ଯୋଗୁ ପ୍ରତିଦିନ ସକାଳୁ କିଛି ତୁଳସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ତୁଳସୀ ପତ୍ରକୁ ଗୋଲମରିଚ ଓ ମହୁ ସହ ମିଶାଇ ଖାଇଲେ ଆହୁରି ଅଧିକ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏତଦବ୍ୟତୀତ କରୋନା ସମୟରେ କୌଣସି ଜିନିଷକୁ କଞ୍ଚା ଖାଇବା ଉଚିତ ନୁହେଁ। ମାଂସକୁ ଭଲକି ଧୋଇ ଓ ସିଝାଇ ଖାଆନ୍ତୁ। କଞ୍ଚା ଅଣ୍ଡା ଖାଇବା ମଧ୍ୟ କୌଣସି ବିପଦଠାରୁ କମ୍ ନୁହେଁ। କଞ୍ଚା ପନିପରିବା ଆହର କରିବାଠାରୁ ଦୂରେଇ ରୁହନ୍ତୁ। ଗାଜର, ମୂଳା, କାକୁଡିକୁ ବି କଞ୍ଚା ଖାଆନ୍ତୁନି।