ନୂଆଦିଲ୍ଲୀ: ଦେଶରେ ପୂର୍ବରୁ ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ କରୋନା ସଙ୍କଟ ଅର୍ଥାବ୍ୟସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥବିତ୍ ମନମୋହନ ସିଂ ଅର୍ଥାବ୍ୟସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ୩ଟି ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏଥିସହିତ ଏହି ପରିସ୍ଥିତିର ମୁକାବିଲା ପାଇଁ ବଡ଼ ପଦକ୍ଷେପ ନେବାକୁ ପଡ଼ିବ ବୋଲି ମନମୋହନ କହିଛନ୍ତି।
ମନମୋହନଙ୍କ କହିବାନୁସାରେ , ପ୍ରଥମତଃ ଲୋକଙ୍କ ଜୀବିକାକୁ ସୁରକ୍ଷିତ ରଖିବାକୁ ପଡ଼ିବ। ସରକାର ଲୋକଙ୍କ ଚାକିରିକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ। ଦ୍ୱିତୀୟରେ ସରକାରୀ କ୍ରେଡିଟ କାର୍ଯ୍ୟକ୍ରମ ମାଧ୍ୟମରେ ବାଣିଜ୍ୟ ଓ ଉଦ୍ୟୋଗ ପାଇଁ ସରକାରଙ୍କୁ ପର୍ଯ୍ୟାପ୍ତ ପୁଞ୍ଜି ଉପଲବ୍ଧ କରାଇବାକୁ ପଡ଼ିବ। ତୃତୀୟରେ ଆର୍ଥିକ କ୍ଷେତ୍ରରେ ସଂସ୍ଥାଗତ ସ୍ୱାୟତ୍ତତା ଓ ପ୍ରକ୍ରିୟା ଜରିଆରେ ସରକାରଙ୍କୁ ସୁଧାର ଆଣିବାକୁ ପଡ଼ିବ।
ଅନ୍ୟପଟେ କଂଗ୍ରେସର ପ୍ରାକ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ନୋଟବନ୍ଦୀ, ତୃଟିପୂର୍ଣ୍ଣ ଉପାୟରେ ଜିଏସଟି ଲାଗୁ କରିବା ଓ ଲକଡାଉନ ପଦକ୍ଷେପ ଦେଶର ଆର୍ଥିକ ବ୍ୟବସ୍ଥାକୁ ନଷ୍ଟ କରିଛି ବୋଲି ଆରୋପ ଲଗାଇଛନ୍ତି।