କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ ବଜେଟ୍: ଏଣିକି ଚାଷୀ ହେବେ ଧନୀ !

  • ୨୦୨୨ ସୁଦ୍ଧା ଚାଷୀମାନଙ୍କ ଆୟ ୨ ଗୁଣ ହେବ
  • ସାଧାରଣ କୃଷକଙ୍କ ପାଇଁ କୁସୁମ ଯୋଜନା
  • ମତ୍ସ ଚାଷୀମାନଙ୍କ ପାଇଁ ଆରମ୍ଭ ହେବ ସାଗରମିତ୍ର ଯୋଜନା
  • ଯୋଗାଇ ଦିଆଯିବ ସୋଲାର ପମ୍ପସେଟ୍ ଓ ଅତ୍ୟାଧୁନିକ ଯନ୍ତ୍ରପାତି (ରିହାତି ଦରରେ)
  • ଯୋଗାଇ ଦିଆଯିବ ମତ୍ସ ଓ ପଶୁଜାତକ ଖାଦ୍ୟ(ରିହାତି ଦରରେ)
  • ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଲକ୍ଷ୍ୟ

କୃଷି, ଜଳସେଚନ ଓ ଗ୍ରାମିଣ ବିକାଶ ଉପରେ ଅଧିକ ଫୋକସ୍
୨୦ ଲକ୍ଷ କୃଷକଙ୍କ ପାଇଁ ସୋଲାର ପମ୍ପସେଟ୍
ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ନେବା ଆଣିବା ପାଇଁ କିଷାନ ରେଳ ଯୋଜନା

ଆଜି ଲୋକସଭାରେ ଆଗତ ହେଲା ୨୦୨୦-୨୧ ବର୍ଷର ଆର୍ଥିକ ବଜେଟ୍ । ଚଳିତ ଦଶନ୍ଧୀର ଏହା ପ୍ରଥମ ବଜେଟ୍। ଉକ୍ତ ବଜେଟରେ ଆୟକାର ଓ କୃଷିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏହି ବଜେଟ୍ ପରେ ସହରାଞ୍ଚଳ ଅପେକ୍ଷା ଗ୍ରାମଞ୍ଚାଳର ଲୋକେ ଅଧିକ ରୋଜଗାରକ୍ଷମ ହେବାସହ ଅଧିକ ବିକାଶ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।