ବିସ୍ତାରା ଅଫର୍: ୧୪୯୬ ଟଙ୍କାରୁ ଆରମ୍ଭ ବିମାନଯାତ୍ରା

ନୂଆଦିଲ୍ଲୀ,ଏଜେନ୍ସି: ଟାଟା ଗ୍ରୁପ୍ ଓ ସିଙ୍ଗାପୁର ବିମାନ ଏଜେନ୍ସିର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ବିସ୍ତାରା ବିମାନ ସେବାକୁ ଆଜି ୬ ବର୍ଷ ପୁରିଛି। ଏହି ଅବସରରେ ଯାତ୍ରୀମାନଙ୍କ ପାଇଁ ଏକ ଭେଟି ଦେଇଛି ବିସ୍ତାରା କମ୍ପାନୀ। ଖୁବ୍ କମ୍ ମୂଲ୍ୟରେ ଘରୋଇ ବିମାନ ଉଡାଣ ପାଇଁ ‘ଦି ଗ୍ରାଣ୍ଡ ସିକ୍ସଥ ଆନିଭରସାରି’ ନାମରେ ଏକ ସେଲ ଆରମ୍ଭ କରିଛି। ଏହି ଯାତ୍ରା ୧୪୯୬ ଟଙ୍କାରୁ ଆରମ୍ଭ ହେଉଛି। ତେବେ ଏହି ସେଲ ଆସନ୍ତା କାଲି ରାତି ୧୨ଟା ପର୍ଯ୍ୟନ୍ତ ରହିବ।

ଏହି ସମୟରେ ବାଗଡୋଗ୍ରାରୁ ଦିବ୍ରୁଗଡ଼କୁ ୧୪୯୬ ଟଙ୍କା, ପାଟନାରୁ ଦିଲ୍ଲୀକୁ ୨୨୪୬ ଟଙ୍କା, ଦିଲ୍ଲୀରୁ ଲଖନଉକୁ ୧୮୪୬ ଟଙ୍କା ରଖାଯାଇଛି। ତେବେ ଏହା ଏକ ପଟିଆ ଭଡା ବୋଲି ଦର୍ଶାଯାଇଛି। ଏହି ଟିକଟ ଦ୍ୱାରା ୨୫ ଫେବୃଆରୀରୁ ୩୦ ସେପ୍ଟେମ୍ବର ୨୦୨୧ ମଧ୍ୟରେ ଯାତ୍ରା କରିପାରିବେ।

ସେହିପରି ଏହି ବିମାନ ସେବାରେ କେଉଁ ସ୍ଥାନରୁ କେଉଁଠିକି କେତେ ରିହାତି ମୂଲ୍ୟ ଜାଣିବା ପାଇଁ, କ୍ଲିକ୍ କରନ୍ତୁ:-

https://www.airvistara.com/content/dam/airvistara/in/english/landing-page-banners/6%20Year%20Anniversay%20Discounted%20Fare%20Sheet-converted.pdf