ବିମାନ ଦୁର୍ଘଟଣାରେ ୨୩ ମୃତ

କିନଶାସା,ଏଜେନ୍ସି: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୩ ଜଣଙ୍କ ପ୍ରାଣହାନୀ ଘଟିଛି। ମିଳିଥିବା ରିପୋର୍ଟ ଅନୁଯାୟୀ କଙ୍ଗୋର ଜନଗହଳିପୂର୍ଣ୍ଣ ଗୋମା ସହରରେ ଏକ କ୍ଷୁଦ୍ର ବିମାନ ଉଡ଼ାଣ କଲାବେଳେ ଖସିପଡ଼ିଥିଲା। ଏହି ବିମାନରେ ୧୬ ଜଣ ଯାତ୍ରୀ ୨ ଜଣ ପାଇଲଟ୍ ଥିଲେ।

ତେବେ ବିମାନ ଖସି ଭୂପୃଷ୍ଠରେ ଥିବା ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ କମ୍ପାନୀ ବିଜିବି ଏୟାରଲାଇନ୍ର ଏହି ଯାତ୍ରୀବାହୀ ବିମାନଟି ଗୋମା ସହରର ଉତ୍ତରରେ ୩୫୦ କିଲୋମିଟର ଦୂର ବେନି ଅଭିମୁଖେ ଯାତ୍ରା କରୁଥିଲା। ପ୍ରଶାସନ ପକ୍ଷରୁ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।