ରାୟଗଡା,ଏନ୍ଏନ୍ଏସ୍: ଠିକା କ୍ୟାମ୍ପ ଉପରେ ଆକ୍ରମଣ ଓ ପୋଡାଜଳା ଘଟଣା। ଏହି ଘଟଣାରେ ୫ ଜଣ ନକଲି ନକ୍ସଲଙ୍କୁ ଗିରଫ କରିଛି। ରାୟଗଡା ଜିଲ୍ଲା ପୁଲିସ କଲ୍ୟାଣସିଂହପୁର ପୋଲିସ ଗିରଫ କରିଥିବା ଜଣାପଡିଛି।
ସୂଚନା ଅନୁସାରେ, ଗତ ଜାନୁଆରୀ ୨୧ ତାରିଖ ରାତିରେ ଏହି ୫ ଜଣ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବୁଡାବୁଡା ଗାଁରେ ଥିବା ଏକ ଠିକା କ୍ୟାମ୍ପରେ ଆକ୍ରମଣ କରିଥିଲା। ଏହାସହିତ ଦୁଇଟି ଟ୍ରକ ଓ ଟ୍ରଲି ପୋଡି ଦେଇଥିଲେ। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୁଲିସ ଗିରଫ କରିଛି।
ଗିରଫ ହୋଇଥିବା ନକଲି ନକ୍ସଲ ହେଉଛନ୍ତି ଗୋପାଳ ମାନ୍ଦ୍ୟାସାହୁ, ବଳି ମାଝୀ, ସୀମାଞ୍ଚଳ ମାଝୀ, ସନ୍ତୋଷ ରାୟ ଏବଂ ଜୟନ୍ତ ନାଏକ। ତେବେ କଲ୍ୟାଣସିଂହପୁର ମାମଲା ରୁଜୁ ୫ ନକଲି ନକ୍ସଲଙ୍କୁ କୋର୍ଟ ଚାଲାଣ କରିଛି।