ଇଡିର ୫ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ୫ ଜଣ କର୍ମଚାରୀ କୋଭିଡ୍ -୧୯ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀର ଖାନ୍ ମାର୍କେଟସ୍ଥିତ ଲୋକନାୟକ ଭବନରେ ଥିବା ଇଡି ମୁଖ୍ୟ କାର୍ଯ୍ୟାଳୟରେ ସେମାନେ କାର୍ଯ୍ୟ କରୁଥିଲେ। ସଂକ୍ରମିତ ହୋଇଥିବା କର୍ମଚାରୀମାନେ ନିର୍ଦେଶକ ପାହ୍ୟାର ବୋଲି ଜଣା ପଡିଛି। ଶୁକ୍ରବାର ସେହି କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯାଇଛି। ଅଟ୍ଟାଳିକାକୁ ରବିବାର ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛି। ସଂକ୍ରମିତ କର୍ମଚାରୀମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀମାନଙ୍କୁ ପୃଥକୀକରଣ କେନ୍ଦ୍ରରେ ରଖାଯାଇଛି।