ଗୁଜୁରାଟ,ଏଜେନ୍ସି: ଗୁଜୁରାଟ ହାଇକୋର୍ଟରେ ପ୍ରଥମ ଥର ପାଇଁ ଶୁଣାଣିର ସିଧା ପ୍ରସାରଣ କରାଯାଇଛି। ହାଇକୋର୍ଟ ଇତିହାସରେ ଏହା ପ୍ରଥମ ମାମଲା। ସୋମବାରଠାରୁ ପ୍ରଧାନ ବିଚାରପତି ବିକ୍ରମ ନାଥଙ୍କ କୋର୍ଟରୁ ଲାଇଭ୍ ଷ୍ଟ୍ରିମିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗୁଜରାଟ ହାଇକୋର୍ଟ ଘୋଷଣା କରିଥିଲେ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ ୟୁଟ୍ୟୁବରେ ଏହି ପ୍ରକ୍ରିୟା ସିଧା ପ୍ରସାରଣ କରାଯାଉଛି।
ଏହାପୂର୍ବରୁ ହାଇକୋର୍ଟ ପ୍ରେସ ବିଜ୍ଞପ୍ତିରେ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଉଲ୍ଲେଖ କରିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଯେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯାଇଥିବା କୋର୍ଟର ଶୁଣାଣିକୁ ଜନସାଧାରଣଙ୍କୁ ଦେଖିବାକୁ ଅନୁମତି ଦିଆଯିବା ଉଚିତ।