ବଲାଙ୍ଗିର,ଏନ୍ଏନ୍ଏସ୍: ଆସନ୍ତା ଡିସେମ୍ବର ୨୩ରୁ ୨୬ ଯାଏଁ ବଲାଙ୍ଗିର ଠାରେ ପ୍ରଥମ କରି ରାଜ୍ୟସ୍ତରୀୟ ଫାଇଡ୍ ରାଙ୍କିଂ ଚେସ ଚମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଜିଲ୍ଲା ଚେସ୍ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଯାଦବ ଭବନ ଠାରେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।
ଜିଲ୍ଲା ଚେସ୍ ଆସୋସିଏସନ୍ ଦ୍ୱାରା ଡିସେମ୍ବର ୨୩ରୁ ୨୭ ଯାଏଁ ସ୍ଥାନୀୟ ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ହେବାକୁ ଥିବା ଏହି ଚେସ ଚମ୍ପିଅସିପ ଜିଲ୍ଲାରେ ପ୍ରଥମ ଫାଇଡ ରାଙ୍କିଂ ଚମ୍ପିଅନସିପ ହେବ ବୋଲି ସଂଘ କହିବା ସହ ଏହି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳରୁ ୧୫୦ରୁ ଊର୍ଦ୍ଧ୍ୱ ପ୍ରତିଦ୍ୱନ୍ଦି ଭାଗ ନେବେ ବୋଲି ସଂଘ ଆଶା ପ୍ରକାଶ କରିଛି। ତାଛଡା ସମ୍ବିତ ପାତ୍ର, ନିଲସୁ ପଟ୍ଟନାୟକ ଓ ସ୍ମାରକି ମହାନ୍ତି ଭଳି ଆନ୍ତର୍ଜାତୀୟ ପଦକ ପ୍ରାପ୍ତ ଖେଳାଳି ଏହି ପ୍ରତିଯୋଗୋତାରେ ଭାଗ ନେଉଥିବା ବେଳେ ତାଙ୍କର ଉପସ୍ଥିତି ଅଂଚଳର ଅନେକ ଖେଳାଳିଙ୍କ ପାଇଁ ଉତ୍ସାହ ପ୍ରଦ ହେବ।
ବିଜେତାଙ୍କ ପାଇଁ ୧ ଲକ୍ଷ ୨୫ ହଜାର ଟଙ୍କାର ପୁରସ୍କାର ରାଶି ରହିଛି। ତାଛଡା ମହିଳା, ପୁରୁଷ, ଜୁନିଅର ଓ ଭେଟେରାନ ଭଳି ବିଭିନ୍ନ ବର୍ଗର ବିଜେତାଙ୍କ ପାଇଁ ବିଶେଷ ପୁରସ୍କାର ବ୍ୟବସ୍ଥା କରାଯାଇଥିବା ସଂଘ ପ୍ରକାଶ କରିଛି। ସଂଘର ସଭାପତି ଶୁକଦେବ ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଉପ ସଭାପତି ବିଶ୍ୱ ରଞ୍ଜନ ଡାକୁଆ, ସହ ସଂପାଦକ ସରୋଜକାନ୍ତ ବେହେରା, କୋଷାଧକ୍ଷ୍ୟ ରାକେଶ ରଞ୍ଜନ ପାଣୀଗ୍ରାହିଙ୍କ ସମେତ ଅନେକ ଚେସ୍ ପ୍ରେମି ଉପସ୍ଥିତ ଥିବାବେଳେ ସଂପାଦକ ପ୍ରିୟବ୍ରତ ବେହେରା ସଭା ପରିଚାଳନା କରିଥିଲେ।