ଆସାମ ଦିବ୍ରୁଗଡ଼ର ଉତ୍ତରପୂର୍ବରେ ପ୍ରଥମ ଗାଇ ଡାକ୍ତରଖାନା ଉଦଘାଟିତ

ବିବ୍ରୁଗଡ଼,ଏଜେନ୍ସି: ଆସାମର ଦିବ୍ରୁଗଡ଼ରେ ଥିବା ଏକ ଗୋ ଆଶ୍ରୟସ୍ଥଳକୁ ଗୋ-ସପ୍ତମି ଅବସରରେ ଗାଇ ଡାକ୍ତରଖାନା ଭାବେ ଉଦଘାଟନ କରାଯାଇଛି। ତେବେ ଏହା ଉତ୍ତରପୂର୍ବର ପ୍ରଥମ ଗୋରୁ ଡାକ୍ତରଖାନା ବୋଲି ଜଣାପଡ଼ିଛି। ୧୭ ଲକ୍ଷ ଟଙ୍କାରେ ଏହି ସୁରଭି ଆରୋଗ୍ୟଶାଳା (ଗୋରୁ ଡାକ୍ତରଖାନା) ତିଆରି କରାଯାଇଥିବା ଶ୍ରୀ ଗୋପାଳ ଗୋଶାଳା ମ୍ୟାନେଜର ନିର୍ମଳ ବେଦିଆ ସୂଚନା ଦେଇଛନ୍ତି।

ଏହି ଗୋରୁ ଡାକ୍ତରଖାନା ଦ୍ୱାରା ପାଖା ପାଖି ୩୦ କିଲୋମିଟର ପର୍ଯ୍ୟନ୍ତ ସେବା ଯୋଗାଯାଇ ପାରିବ ବୋଲି ସୂଚନା ଦିଆଯାଇଛି।