ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବଡଗଡ଼ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀ ଚିକିତ୍ସା ପାଇଁ ଯାଇଥିବା କ୍ଲିନିକ ୧୦ ଦିନ ପାଇଁ ସିଲ କରାଯାଇଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ପଦକ୍ଷପ ଗ୍ରହଣ କରିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର।
ଡ୍ରଗ ଇନ୍ସପେକ୍ଟର ଆଜି ନିଜେ କରୋନା ରୋଗୀ ଯାଇଥିବା ବୁଦ୍ଧନଗର ସ୍ଥିତ ଡାକ୍ତର ଏସ. ଏନ. ମହାନ୍ତିଙ୍କ କ୍ଲିନିକ ଯାଇ ୧୦ ଦିନ ପାଇଁ ଏହାକୁ ସିଲ କରିଛନ୍ତି। ସେହିପରି ଉକ୍ତ କ୍ଲିନିକ ପାଖରେ ଥିବା ସମସ୍ତ ମେଡ଼ିସିନ ଷ୍ଟୋରକୁ ମଧ୍ୟ ଯାଇ ପଚାରଉଚାର କରିଛନ୍ତି