କାନସାସ୍ ସିଟି ବାର୍ ରେ ଗୁଳିକାଣ୍ଡ: ୪ ମୃତ, ୫ ଆହତ

ୱାଶିଂଟନ : ରବିବାର କାନସାସ୍ ସିଟିସ୍ଥିତ ଗୋଟିଏ ବାର୍ ରେ ଗୁଳିକାଣ୍ଡ ଘଟି ଚାରିଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ୫ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ସ୍ଥାନୀୟ ମିଡିଆ ସୂତ୍ରରୁ ପ୍ରକାଶ। କେଏସ୍ଏଚ୍ବି ଟେଲିଭିଜନ ସୂଚନାନୁସାରେ କାନସାସ୍ ସିଟିର କେସି ଟେକ୍ୱିଲା ବାର୍ ଭିତରକୁ ଅନ୍ୟୂନ ୨ ଜଣ ବନ୍ଧୁକଧାରୀ ପ୍ରବେଶ କରି ଗୁଳିକାଣ୍ଡ ଭିଆଇଥିଲେ। ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।।