ସରକନ୍ତରାରେ ଗୁଳିମାଡ, ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବ ବିବାଦକୁ ନେଇ ଖଣ୍ଡଗିରି ଥାନା ସରକନ୍ତରାରେ ଗୁଳିମାଡ ହୋଇଛି। ଦୁର୍ବୃତ୍ତଙ୍କ ଗୁଳିମାଡରେ ବାପ-ପୁଅ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁଅ ଅନୀଲ ଜେନାଙ୍କର ମୃତ୍ୟୁ ଘଟିଛି। ବାପା ଅଭିମନ୍ୟୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତେବେ ନିଶା କାରବାରକୁ ନେଇ ଏଭଳି ଗୁଳିମାଡ ହୋଇଥିବା ଜଣାପଡିଛି।

ଦୁଇଦିନ ତଳେ ନିଶା ବେପାରି ତଥା ଜେଲ ଫେରନ୍ତା ବାପି ଓରଫ ଭରତ ସାହୁ ଅନୀଲଙ୍କ ଭାଇଙ୍କୁ ବ୍ରାଉନସୁଗାର ଦେଇଥିଲା। ଏହାକୁ ନେଇ ଅନୀଲ ଓ ବାପି ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଗୁରୁବାର ସନ୍ଧ୍ୟାରେ ବାପି ତାଙ୍କ ଘର ପାଖରେ ପହଞ୍ଚି ତାଙ୍କୁ ଗୁଳିମାଡ କରିଥିଲା।