ବେଗୁନିଆରେ ଦିନ ଦ୍ୱିପହରରେ ଗୁଳିମାଡ

ଖୋର୍ଦ୍ଧା,ଏଜେନ୍ସି: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଦିନ ଦ୍ୱିପହରରେ ଗୁଳିମାଡ ହୋଇଛି। ଏହି ମାଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି। ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବିଭୂତି ଭୂଷଣ ଜେନା।

ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ, ବିଭୂତିଙ୍କର ତଳି ପେଟର ଗୁଳି ବାଜିଛି। ତେବେ ପାରିବାରିକ ଗଣ୍ଡଗୋଳରୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି।

ସେପଟେ ଖୋର୍ଦ୍ଧା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପ୍ରସନ୍ନ ନାୟକ ବୋଲି ଜଣେ ବ୍ୟକ୍ତି ଗୁଳିମାଡ କରିଥିବା ସୂଚନା ମିଳିଛି। ପ୍ରସନ୍ନ ହେଉଛନ୍ତି ଜଣେ ପୂର୍ବତନ ସାମରିକ କର୍ମଚାରୀ ଅଟନ୍ତି। ମାତ୍ର ଗୁଳିମାଡ କରି ଅଭିଯୁକ୍ତ ଫେରାର ହୋଇଯାଇଛି। ସେହିପରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।